Utkalika

image

ଉତ୍କଳିକା

ଓଡ଼ିଶା ରା଼ଜ୍ୟ ସମବାୟ ହସ୍ତ ଶିଲ୍ପ ନିଗମ ସାଧାରଣତଃ ଉତ୍କଳିକା ନାମରେ ଜଣାଶୁଣା. ଭାରତୀୟ ରାଜ୍ୟ ଓଡିଶା ଏକ କଳା ଏବଂ ସଂସ୍କୃତି ପରିପୂର୍ଣ ରାଜ୍ୟ ଅଟେ. ବିଭିନ୍ନ ସମୟରେ ଏହି ପ୍ରାନ୍ତର ଅଂଶ ସବୁ ଭିନ୍ନ ଭିନ୍ନ ନାମରେ ପରିଚିତ ଥିଲେ.କଳିଙ୍ଗ ଓ ଉତ୍କଳ ଆଧୁନିକ ଓଡ଼ିଶାର ଦୁଇଟି ସୁପରିଚିତ ନାମ .ଉତ୍କଳ ଦେଶ ହେଉଛି ଉତ୍କର୍ଷ କଳାର ଦେଶ . ଆଜି ଯଦିଓ ଓଡିଶାର ଶିଳ୍ପ ସମୟ ଗତିରେ କଳା ବିଭିନ୍ନତାଙ୍କୁ ଆପଣେଇ ନେଇଛି କିନ୍ତୁ ଉତ୍କଳିକା ଓଡିଶାର ପ୍ରାଚୀନ କଳା ତଥା ସଂସ୍କୃତିକୁ ପ୍ରେରଣା ଦେଇ ଚାଲିଛି.ଓଡିଶାର ପ୍ରାଚୀନ କଳା ଏବଂ ହସ୍ତ ଶିଳ୍ପରେ ଓଡ଼ିଶାର ଧାର୍ମିକ ତଥା ସାଂସ୍କୃତିକ ଛାପ ଦେଖିବାକୁ ମିଳେ.

image ଓଡ଼ିଶାର ସ୍ଥାପତ୍ୟ ଏବଂ ହସ୍ତଶିଳ୍ପ ବିଭିନ୍ନ ବର୍ଗର ସାମଗ୍ରୀ ଯଥା ଚାନ୍ଦୁଆ କାମ ,ଆଦିବାସୀ ଅଳଙ୍କାର ,ଢୋକ୍ରା କାମ ,କାଠ ଖୋଦେଇ ଇତ୍ୟାଦି ଦ୍ୱାରା ସମୃଦ୍ଧ. ରୂପାର ତାରକସି କାମ ,ଶିଙ୍ଗ କାମ ଏବଂ ତାଳପତ୍ର ଖୋଦେଇ ଓଡ଼ିଆ ହସ୍ତ ଶିଳ୍ପର ଗଭୀରତାକୁ ସୂଚୀତ କରିବା ସହିତ ଭାରତର ହସ୍ତ ଶିଳ୍ପକୁ ସମୃଦ୍ଧ କରି ପାରିଛି.

ପ୍ରସିଦ୍ଧ ହସ୍ତଶିଳ୍ପ

 Utkalika